Latest Odisha News

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ ।

ବିଶେଷ ସୂତ୍ରରୁ ଏସଟିଏଫକୁ ବ୍ରାଉନସୁଗର କାରବାର ନେଇ ସୂଚନା ମିଳିଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ଛକି ରହିଥିଲା ଏସଟିଏଫ୍ । ଘାଟିପିରି ରାସ୍ତାରେ ଡିଲ୍ ବେଳେ ମାଡ଼ି ବସିଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ରାକେଶ କୁମାର ସାହୁ ଓ ସନ୍ତୋଷ ସାହୁ । ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.