Latest Odisha News

BREAKING NEWS

ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା। କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଗତ ମେ ୨୨ ତାରିଖରେ ନୂଆପଡା ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ନୂଆପଡ଼ା ଜିଲ୍ଲାର ଏହି ୩ଟି ପ୍ରମୁଖ ସ୍ଥଳୀକୁ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ପାଇଭ-ଟି ସଚିବ। ନୂଆପଡ଼ା ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ଲୋକଙ୍କଠାରୁ ଦାବି ପତ୍ର ଗ୍ରହଣ କରିଥିଲେ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଖୁବଶୀଘ୍ର ଉକ୍ତ ଅଞ୍ଚଳମାନଙ୍କରେ କାମ ଆରମ୍ଭ ହେବ ବୋଲି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି।

Leave A Reply

Your email address will not be published.