Latest Odisha News

BREAKING NEWS

୧୫ ଦିନର ଶିଶୁକୁ ଚେଙ୍କ, ଅବସ୍ଥା ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ କାଞ୍ଜିପାଣି ଗାଁର ସଙ୍ଗୀତା ଜୁଆଙ୍ଗଙ୍କ ମାତ୍ର ୧୫ ଦିନର ଶିଶୁଟିକୁ ଥଣ୍ଡା ଓ ପେଟବ୍ୟଥା ହେଉଥିଲା । ଫଳରେ ଶିଶୁଟିକୁ ଭଲ କରିବା ପାଇଁ ତାର ଜେଜେମା’ ଶିଶୁଟିକୁ ଚେଙ୍କ ଦେଇଥିବା ନେଇ ସୁତ୍ରରୁ ଜଣାପଡିଛି ।

ତେବେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅନ୍ୟପକ୍ଷରେ ମାତ୍ର ୧୫ ଦିନର ଶିଶୁକୁ ତାର ପରିବାର ଲୋକେ ଚେଙ୍କ ଦେଇଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି ।

ଆହୁରୀ ମଧ୍ୟ ପୂର୍ବରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ କୋମଳମତି ଶିଶୁ ମାନଙ୍କୁ ଚେଙ୍କ ଦେଇଥିବାର ନଜର ରହିଛି ।

Leave A Reply

Your email address will not be published.