ଭୁବନେଶ୍ୱର: ଆଜି ଅପରାହ୍ନରେ ନନ୍ଦନକାନନରେ ମହୁମାଛି ଆକ୍ରମଣରେ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।
ଗରିଲା ଯନ୍ତା ପାଖରେ ଥିବା ଏକ ଗଛରେ ମହୁଫେଣା କୌଣସି କାରଣରୁ ଭାଙ୍ଗି ଯିବାରୁ ହଠାତ୍ ମହୁମାଛିମାନେ ମାଡି ଆସିଥିଲେ । ପାଖରେ ଥିବା ପର୍ଯ୍ୟଟକ ଏଣେତେଣେ ଦୌଡିବାକୁ ଲାଗିଲେ । ନିକଟରେ ଥିବା ଗାଇଡ ଓ ସୁରକ୍ଷାକର୍ମୀ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତଥାପି ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏଭଳି ଘଟଣା ଯେପରି ଆଗକୁ ନ ଘଟେ ସେଥି ପ୍ରତି ଧ୍ୟାନ ଦିଆଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।
Comments are closed.