ରାଉରକେଲା : ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏଭଳି ଏକ ଘଟଣା । ସେୟାର ମାର୍କେଟରେ ଅଧିକ ଲାଭ ମିଳିବାର ଲୋଭ ଦେଖାଇ ରାଉରକେଲା ସହରର ଜଣେ ଯୁବକଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ୧୫ ଲକ୍ଷ ୮୧ ହଜାର ଟଙ୍କା ଠକି ନେଇଥିବା ଜଣେ ଠକକୁ ଗିରଫ କରିଛି ପୋଲିସ । ରାଉରକେଲା ସାଇବର ଥାନା ପୋଲିସ ଗୁଜରାଟରୁ ଠକକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତ ଆଉ କେତେ ଜଣଙ୍କୁ ଏପରି ଠକିଛି, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତା ଠାରୁ ୫୦ ହଜାର ଟଙ୍କା, ବ୍ୟାଙ୍କ କାଗଜପତ୍ର, ଗୋଟିଏ ଆଧାର କାର୍ଡ, ଗୋଟିଏ ଭୋଟର କାର୍ଡ ଓ ଏଟିଏମ କାର୍ଡ ଜବତ ହୋଇଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ, ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।
BREAKING NEWS
- Tiger skin seized:୨ ବାଘ ଛାଲ ଓ ୨ ସମ୍ୱର ଶିଙ୍ଗ ଜବତ ସହ ୬ ଗିରଫ
- କେଉଁ ଦେଶ ଭାରତକୁ ଦେଇଥାଏ ସବୁଠୁ ଅଧିକ ଋଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
- ଭାରତର ଏହି କମ୍ପାନି ପାକିସ୍ତାନରେ ରୋଜଗାର କରୁଛନ୍ତି ଏତେ ଟଙ୍କା, ଜାଣନ୍ତୁ ଏଗୁଡ଼ିକ ନାଁ….
- ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ
- ୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ…
- ସାଈ ସୁଦର୍ଶନ ଆଘାତପ୍ରାପ୍ତ, ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେନି
- Top Maoist Commander Barsa Deva: ଟପ୍ ମାଓ କମାଣ୍ଡର ଦେବା ସହ ଅନ୍ୟ ୧୫ ମାଓବାଦୀ ଗିରଫ
- Air Pollution: ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି, ୫ ସହରରେ ଏକ୍ୟୁଆଇ ୩୦୦ ପାର୍
- ଆସନ୍ତାକାଲି ପିପ୍ରାହୱା ଅବଶେଷ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ବ
- ଓଡିଶାର ପଙ୍କଜ ଲୋଚନ ହେଲେ ଭାରତୀୟ ଭାରତୀୟ ବେସବଲ ଫେଡେରେଶନର ସଭାପତି
Comments are closed.