Latest Odisha News

BREAKING NEWS

ପୁରୀରେ ହେବେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ : ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ । ଝାରସୁଗୁଡାରେ ଆୟୋଜିତ ଉଡାନ୍ ଉତ୍ସବରେ ଯୋଗଦେଇ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀକୁ ଗ୍ରିନ୍ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି । ରାଜ୍ୟ ସରକାର ତୁରନ୍ତ ରିପୋର୍ଟ ପ୍ରଦାନ କଲେ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ଅନ୍ୟପଟେ ଜୟପୁର ଓ ଉକ୍ରେଲା ନେଇ ବିମାନ ଚଳାଚଳ ଆରମ୍ଭ ହେବ ।

ଏ ପ୍ରସ୍ତାବ ନେଇ ରାଜ୍ୟ ସରକାର ଯେତେ ଶିଘ୍ର ଜବାବ ଦେବେ ସେତେ ଶିଘ୍ର କାମ ଆରମ୍ଭ ହେବ ବୋଲି ସିନ୍ଧିଆ କହିଥିଲେ ।ଝାରସୁଗୁଡା ବିରସୁରେନ୍ଦ୍ର ସାଏ ବିମାନ ବନ୍ଦରର କଳେବର ବୃଦ୍ଧି ପାଇବ ବୋଲି ଆଶା ପୋଷଣ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଝାରସୁଗୁଡାରେ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆରାଧ୍ୟ ଦେବେତା ଝାଡେଶ୍ୱରି ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅନ୍ୟ ବିଧାୟକ ସାଂସଦ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.