Latest Odisha News

BREAKING NEWS

ଆଦିମ ଆଦିବାସୀଙ୍କ ଲାଗୁ ହୋଇଥିବା ଯୋଜନାର ତଦାରଖ ପାଇଁ ୧୫ ଜଣିଆ କମିଟି

ଭୁବନେଶ୍ୱର: ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ ଆଦିମ ଆଦିବାସୀ । ଆଦିବାସୀ ଅଞ୍ଚଳରେ ସେମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ଲାଭ ମିଳିବ । ଏଥିପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

BjdElectrycity

ଡିସି-କମ୍-ଏସିଏସ୍ ଏହି ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିଥିବା ବେଳେ କମିଟିରେ ମୋଟ ୧୫ ଜଣ ରହିଛନ୍ତି । କମିଟିରେ ମହିଳା ଓ ଶିଶୁ ବିକାଶ ସଚିବ ସଦସ୍ଯ ରହିଛନ୍ତି । ସେହିଭଳି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶକ୍ତି ବିଭାଗ ସଚିବ ସଦସ୍ୟ ରହିଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ସଚିବଙ୍କ ସହ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଓ ଓପିଇଏଲ୍ଆଇପି ପିଡି ସଦସ୍ୟ ଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଆବାହକ ସଦସ୍ୟ ଅଛନ୍ତି ।

Leave A Reply

Your email address will not be published.