Latest Odisha News

BREAKING NEWS

୨୦୧୭ରୁ ଏପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଛି ୧୫ଟି ମିଲିଟାରୀ ହେଲିକପ୍ଟର; ରିପୋର୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୭ ଠାରୁ ଚିତା, ଚେତକ, ଏମ୍‌ଆଇ-୧୭ ସମେତ ୧୫ ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମରିକ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ସରକାର ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

୧୫ ଟି ସାମରିକ ହେଲିକପ୍ଟର ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଏହି ଆକଳନଗୁଡ଼ିକରେ ଡିସେମ୍ବର ୮ ରେ ତାମିଲନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ସେନାର Mi-17V5 ଚପର ମଧ୍ୟ ଅନ୍ତର୍ଭୁକ୍ତ। ମାର୍ଚ୍ଚ ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସହିତ ଏହି ସଂଖ୍ୟାଗୁଡିକ ଜଡିତ।

୨୦୧୭ ମସିହାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନାର ୧୫ ଟି ଚାପର ଚିତାଠାରୁ ଚେତକ୍ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏହି ସୂଚନା ଦେଇଛନ୍ତି।

ଏହି ଦୁର୍ଘଟଣାରେ ସମୁଦାୟ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।

Comments are closed.