Latest Odisha News

BREAKING NEWS

ରାଜ୍ୟରେ ନିୟନ୍ତ୍ରଣରେ କରୋନା ସଂକ୍ରମଣ, ଆଜି ୧୬୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୬୯ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨ । ୧୮ ବର୍ଷ ଭିତରେ ଆଉ ୨୯ ଜଣ ପଜିଟିଭ୍ ବାହାରିଛନ୍ତି ।

ଆଜି ୧୬ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮ ଆକ୍ରାନ୍ତ ବାହାରିଛନ୍ତି । ସମ୍ୱଲପୁରରୁ ୧୦ ଜଣ ପଜିଟିଭ୍ ହୋଇଛନ୍ତି । ବାକି ୧୪ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୨ହଜାର ୬୪୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍, ୪୨ହଜାର ୨୨୪ ସଂକ୍ରମିତ । ଏବେ ରାଜ୍ୟରେ ୧ହଜାର ୯୨୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.