କୋଟାୟାମ: ସାବରୀମାଳା ମନ୍ଦିର ଶ୍ରାଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଦର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧.୩୦ ମିନିଟ ସମୟରେ କେରଳ କୋଟାୟାମର ପାଲା ସ୍ଥିତ ମନାଥୁରରେ ଏହି ଦୁର୍ଘଟଣା ଘଟିଛି। ନିୟନ୍ତ୍ରଣ ହରାଇ ବସ୍ଟି କାନ୍ଥରେ ପିଟି ହୋଇଯିବାରୁ ବସ୍ର ସାମ୍ନାପାଖ ଭାଙ୍ଗିରୁଜି ଚେପ୍ପା ହୋଇଯାଇଛି।
ବସ୍ଟି ତାମିଲନାଡୁର ଭେଲୋରରୁ ସାବରୀମାଳମା ଅଭିମୁଖେ ଯାଉଥିଲା। ହେଲେ ବିଳମ୍ବିତ ରାତି ହୋଇଥିବାରୁ ଡ୍ରାଇଭର ଆଖି ଲାଗିଯିବାରୁ ସେ ବସ୍ ଉପରେ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ବସ୍ଟି ରାସ୍ତା ସାଇଟ୍ କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।
ରାମପୁରମ ପୁଲିସ ଥାନା ଅଧିନରେ ଦୁର୍ଘଟଣା ଘଟିଥିବାରୁ ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଆହତ ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଥିଲା।
ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କୁ କୋଟାୟାମ ମେଡିକାଲ କଲେଜରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ପାଲା ସ୍ଥିତ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
Comments are closed.