Latest Odisha News

BREAKING NEWS

ଭଦ୍ରକ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୫ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧୀନ ରଥପଦା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଜଳିଗଲା ୧୫ ଟି ଦୋକାନ । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଖବର ମୁତାବକ, ଗତକାଲି (ଗୁରୁବାର) ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ରଥପଦା ମାର୍କେଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ମାର୍କେଟ ର ଗୋଟିଏ ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ନିଆଁ ର ପ୍ରକୋପ ଏତେ ଥିଲା ଯେ, ଏହାପରେ ଗୋଟିଏ ଗୋଟିଏ କରି ମୋଟ ୧୫ ଟି ଦୋକାନ ନିଆଁ କବଳରେ ଆସିଯାଇଥିଲା ।

ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ଏହି ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଥିବାବେଳେ, କେତେ ଟଙ୍କା ର ସାମଗ୍ରୀ ନଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 

Leave A Reply

Your email address will not be published.