ଆଗ୍ରା: ଅକ୍ସିଜେନ ମକ୍ଡ୍ରିଲ୍ ସମୟରେ ଆଗ୍ରାର ହସ୍ପିଟାଲ୍ରେ ୧୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି। ଏହି ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶର ଆଗ୍ରାର ଏକ ଡାକ୍ତରଖାନାକୁ କ୍ଲିନ୍ ଚିଟ୍ ଦିଆଯାଇଛି।
ପ୍ୟାନେଲ କହିଛି ଯେ ଉକ୍ତ ଦିନରେ ଅମ୍ଳଜାନ ଯୋଗାଣ ବନ୍ଦ ହେବାର କୌଣସି ପ୍ରମାଣ ମିଳିନଥିଲା ଏବଂ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ୧୬ ଜଣଙ୍କର ଅସୁସ୍ଥତା କିମ୍ବା ଅନ୍ୟାନ୍ୟ ସମସ୍ୟା ରହିଛି ବୋଲି କହିଛି ପ୍ୟାନେଲ।
ଉତ୍ତରପ୍ରଦେଶର ଡେଥ୍ ଅଡିଟ୍ କମିଟି ରିପୋର୍ଟରେ କୁହାଯାଇଛି ଯେ ଏପିଡେମିକ୍ ଡିଜିଜ୍ ଆକ୍ଟ ପ୍ରୋଟୋକଲ ଉଲ୍ଲଂଘନ କରିଥିବାରୁ ଉକ୍ତ ଡାକ୍ତରଖାନା ବିରୋଧରେ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।
Comments are closed.