Latest Odisha News

BREAKING NEWS

ରୁଷ-ୟୁକ୍ରେନ ଯୁଦ୍ଧ: ରୁଷ ସେନାରେ ଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟ ଭିତରେ ରୁଷ ଭାରତକୁ ଜଣାଇଛି ଯେ ରୁଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବାବେଳେ, ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି । ଏନେଇ ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରଣାଳୟ କହିଛି ଯେ, ରୁଷ ସେନାରେ କାର୍ଯ୍ୟରତ ଭାରତୀୟ ନାଗରିକଙ୍କୁ ଫେରାଇ ପଠାଇବାକୁ ଅନୁରୋଧ କରାଯାଇଛି । ଏଥିରେ କୁହାଯାଇଛି ଯେ ରୁଷ ସେନାରେ କାର୍ଯ୍ୟରତ ୧୨ ଜଣ ଭାରତୀୟ ଏପର୍ଯ୍ୟନ୍ତ ମୃତ୍ୟୁବରଣ କରିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଋଷ ସେନାରେ କାମ କରୁଥିବା ଭାରତୀୟ ନାଗରିକଙ୍କ ୧୨୬ଟି ମାମଲା ରହିଛି । ଏହି ୧୨୬ ଜଣଙ୍କ ମଧ୍ୟରୁ ୯୬ ଜଣ ଭାରତ ଫେରି ଆସିଛନ୍ତି ଏବଂ ରୁଷ ସଶସ୍ତ୍ର ବାହିନୀରୁ ତାଙ୍କୁ ମୁକ୍ତ କରାଯାଇଛି । ସେ କହିଛନ୍ତି, “ଋଷ ସେନାରେ ଏବେ ବି ୧୮ ଜଣ ଭାରତୀୟ ନାଗରିକ ଅଛନ୍ତି, ଯେଉଁଥିରୁ ୧୬ ଜଣଙ୍କର କୌଣସି ଖବର ନାହିଁ ସେମାନେ ନିଖୋଜ ଅଛନ୍ତି।” ଜୟସୱାଲ କହିଛନ୍ତି, “ଋଷ ସେମାନଙ୍କୁ ନିଖୋଜ ଶ୍ରେଣୀରେ ରଖିଛି । ଆମେ ଦାବି କରୁଛୁ ଯେ ଯେଉଁମାନେ ଏବେ ବି ସେନାରେ ଅଛନ୍ତି ସେମାନଙ୍କୁ ମୁକ୍ତ କରି ଭାରତକୁ ଫେରାଇ ଦିଆଯାଉ।”

Comments are closed.