Latest Odisha News

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭାଦ୍ରବ କୃଷ୍ଣ ତୃତୀୟା ତିଥି ଅବସରରେ ଶ୍ରୀଜିଉମାନଙ୍କର ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ସମ୍ପାଦନ କରିବେ ।

ପ୍ରାୟ ୪ ଘଣ୍ଟା ନୀତି ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୪ଟାରୁ ରାତି ୮ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ବା ଶ୍ରୀମୁଖ ସିଂହାର ନୀତି ମହାପ୍ରଭୁଙ୍କ ଏକ ଗୁପ୍ତ ନୀତି । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ ।

ଏବେ କରୋନା କଟକଣାରେ ସର୍ବସାଧାରଣ ଦର୍ଶନ ହେଉଛି । ୪ ଘଣ୍ଟା ଦର୍ଶନ ବନ୍ଦ ହେବା ଦ୍ୱାରା ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଏବେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ସର୍ବସାଧାରଣ ଦର୍ଶନକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.