Latest Odisha News

BREAKING NEWS

୧୬ ବର୍ଷର ପୁଅ ନିଖୋଜ; ବିକଳ ହୋଇ ଖୋଜୁଛି ମା’…

ଭୁବନେଶ୍ବର: ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ଟେର୍ ପାଉନି ପୋଲିସ ।

ତେବେ ନାବାଳକ ଜଣକ କରାଟେ କ୍ଲାସ୍ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ବୋଲି କହିଛନ୍ତି ମାଆ । ସେପଟେ, ବିକଳ ହୋଇ ଗଳି କନ୍ଦି ଖୋଜି ବୁଲୁଛି ମାଆ । ନିଜେ CCTV ଭିଜୁଆଲ ସଂଗ୍ରହ କରୁଛନ୍ତି । CCTVରେ ପୁଅ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ହେଲେ କରାଟେ କ୍ଲାସ୍ ଯାଇ ପୁଅ ଏବେ ସୁଦ୍ଧା ଘରକୁ ଫେରି ନ ଥିବା ବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇଲେ ମା’ । ପୁଅ ଆଉ ଘରକୁ ଫେରିବ କି ନାହିଁ ସେନେଇ ସନ୍ଦେହରେ ଅଛନ୍ତି ।

 

Comments are closed.