Latest Odisha News

BREAKING NEWS

ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲରଙ୍କୁ ଟ୍ରାଏଲ ପାଇଁ ଡକାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ରେକର୍ଡ ୫ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁବ ଖେଳାଳିଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଏଥିଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆ ପାଇପାରିଛି । ନିକଟରେ ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲର ଖିବିତ୍ସ କେନ୍ସଙ୍କ ସ୍ପିନ ବୋଲିଂରେ ପ୍ରଭାବିତ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ମ୍ୟାନେଜମେଂଟ ଟ୍ରାଏଲ ପାଇଁ ନେଟ୍ସକୁ ଡକାଇଛନ୍ତି ।

ସୟେଦ ମୁସ୍ତାକ ଅଲୀ ଟୁର୍ଣ୍ଣାମେଂଟରେ ସେ ୪ ମ୍ୟାଚରେ ୭ ଉଇକେଟ ଅକ୍ତିଆର କରିଥିଲେ । ରାହୁଲ ଚହରଙ୍କ ସହ ଏହି ଯୁବ ସ୍ପିନରଙ୍କୁ ଦଳରେ ରଖିବା ପାଇଁ ଟିମ୍ ମ୍ୟାନେଜମେଂଟ ଚାହୁଁଛି । ଟ୍ରାଏଲରେ ତାଙ୍କ ପ୍ରଦର୍ଶନ ଦେଖିବା ପରେ ନିଷ୍ପତି ନିଆଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.