କଟକ: ସିଲଭର ସିଟି କଟକ ସହରରୁ ପୁଣି ବାହାରିଲେ ପଜିଟିଭ । ଆଜି ସିଏମ୍ସିରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧରୁ ୧୦୦ ଓ ସ୍ଥାନୀୟ ଆକ୍ରାନ୍ତ ୬୨ ଜଣ ଅଛନ୍ତି ।
ଏସ୍ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା ଜଣେ ପୁରୁଷ ଓ ୩ ଜଣ ମହିଳାଙ୍କ ସମେତ ଆଜି ମୋଟ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୫ ଜଣ ଓ ଗୃହ ସଂଗରୋଧରୁ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମଠସାହିରୁ ଅଛନ୍ତି ୧୫ ଜଣ । ବିଦ୍ୟାଧରପୁରରୁ ୫ ଜଣ, ନୟାବଜାରରୁ ୪ ଜଣ, ସିଡିଏ ସେକ୍ଟର-୧୦ରୁ ୨ ଜଣ, ସିଡିଏ ସେକ୍ଟର-୯, ପେନସନ ଲେନ, ନୂଆସାହି, କାଜିବଜାର, ଅରୁଣୋଦୟ ନଗର, ଚାଉଳିଆଗଂଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ ସହରରେ ଏବେ ସୁଦ୍ଧା ୨୬୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୬୪୭ ଜଣ ସୁସ୍ଥ ହୋଇଛନ୍ତି। ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।
Comments are closed.