Latest Odisha News

BREAKING NEWS

ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ସର୍ବାଧିକ ୩୭୦ ପଜିଟିଭ ଚିହ୍ନଟ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ବିପଦ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୭୦ ପଜିଟିଭ। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୫୦ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୬୦୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮୪୦ଜଣ ସୁସ୍ଥ ହୋଇଛନ୍ତି ଓ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୨୨୦୧ଜଣ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି ।

Leave A Reply

Your email address will not be published.