Latest Odisha News

BREAKING NEWS

ଦେଶରେ ଦିନକରେ ୧୬ ହଜାର ୫୭୭ ନୂଆ ଆକ୍ରାନ୍ତ, ୧୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୨୦ ରହିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୧୬ ହଜାର ୫୭୭ ।

ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୬୩ ହଜାର ୪୯୧ କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୧୨୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୧ ଲକ୍ଷ ୫୬ ହଜାର ୮୨୫ରେ ପହଞ୍ଚିଛି ଦେଶରେ କରୋନା ମୃତ୍ୟୁସଂଖ୍ୟା । ମୃତ୍ୟୁହାର ରହିଛି ୧.୪୨% ।

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୨ ହଜାର ୧୭୯ ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୦୭ ଲକ୍ଷ ୫୦ ହଜାର ୬୮୦କୁ ଛୁଇଁଛି । ଦେଶରେ ମୋଟ୍ ୯୭.୧୭ ପ୍ରତିଶତ ଆରୋଗ୍ୟ ଲାଭ କଲେଣି । ତେବେ ଦେଶରେ ୧ ଲକ୍ଷ ୫୫ ହଜାର ୯୮୬ ରହିଛି।

Leave A Reply

Your email address will not be published.