Latest Odisha News

BREAKING NEWS

ମୁମ୍ୱାଇ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ହ୍ରିତିକ ରୋଶନଙ୍କୁ ସମନ୍

ମୁମ୍ୱାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କୁ ମୁମ୍ୱାଇ କ୍ରାଇମବ୍ରାଞ୍ଚର ସମନ୍ । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ସହ ଇ-ମେଲ୍ ଓ୍ୱାରକୁ ନେଇ ହୋଇଥିବା ମାମଲାରେ ହ୍ରିତିକଙ୍କୁ ଡାକି ପଚରାଉଚରା କରିବ ମୁମ୍ୱାଇ କ୍ରାଇମବ୍ରାଞ୍ଚ ।

ଆସନ୍ତାକାଲି ହ୍ରିତିକ ରୋଶନ ମୁମ୍ୱାଇ କ୍ରାଇମବ୍ରାଞ୍ଚର କ୍ରିମିନାଲ୍ ଇଣ୍ଟେଲିଜେନ୍ସ ୟୁନିଟ ଆଗରେ ନିଜ ପକ୍ଷ ରଖିବେ । ୨୦୧୬ରେ ହ୍ରିତିକ ରୋଶନ-କଙ୍ଗନା ରଣାଓ୍ୱତଙ୍କ ମଧ୍ୟରେ ଇ-ମେଲ୍ ଓ୍ୱାର ବାହାରକୁ ଆସିଥିଲା ।

ସାଇବର ସେଲରେ ହ୍ରିତିକ ରୋଶନ ଅଭିଯୋଗ କରିଥିଲେ ଯେ, ୨୦୧୩ରୁ ୨୦୧୪ ଭିତରେ କଙ୍ଗନାଙ୍କ ମେଲ୍ ଆଇଡିରୁ ତାଙ୍କୁ ଶହେଟି ଇମେଲ୍ ପଠାଯାଇଛି । ମାମଲାର ଅଗ୍ରଗତି ନହେବାରୁ ହ୍ରିତିକଙ୍କ ଓକିଲଙ୍କ ଅପିଲ ଅନୁସାରେ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ତେବେ ହ୍ରିତିକଙ୍କ ସମସ୍ତ ଅଭିଯୋଗକୁ ସେତେବେଳେ ଖଣ୍ଡନ କରିଥିଲେ କଙ୍ଗନା ।

Leave A Reply

Your email address will not be published.