Latest Odisha News

BREAKING NEWS

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ଭଲ ହେଲେ ଆଉ ୧୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।

ଧୀରେ ଧୀରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ଏହି ଖବର ନିହାତି ପକ୍ଷରେ ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର ।

ଆଜି ସୁସ୍ଥ ହୋଇଥିବା ୧୭ ବ୍ୟକ୍ତିଙ୍କ ମଧ୍ୟରୁ ୭ ଜଣ ସୁନ୍ଦରଗଡର, ୫ ଜଣ ଖୋର୍ଦ୍ଧା ର, ୩ ଜଣ ଭଦ୍ରକର ଓ ୨ ଜଣ ବାଲେଶ୍ଵରର ଥିବା ସୂଚନା ମିଳିଛି।

ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୮୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୪ ରହିଥିବା ବେଳେ ୩୦୬ ଟି ସକ୍ରିୟ ମାମଲା ଓ ୩ ଜଣ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.