Latest Odisha News

ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ଦେଖୁ ଦେଖୁ ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୬୧ ଛୁଇଁଲାଣି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଧ୍ୟାନ ରେ ରଖି ଯାଜପୁରକୁ ରେଡ଼ ଜୋନ ଭାବରେ ଘୋଷିତ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଜିଲ୍ଲାରେ ଚିହ୍ନଟ ହେଉଥିବା ପଜିଟିଭି କେଶ ଆଧାରରେ ପ୍ରଶାସନ ପକ୍ଷରୁ ୧୯ ଗୋଟି କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ତେବେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଂଚଳରୁ କଣ୍ଟେନ୍‌ମେଣ୍ଟ କଟକଣା ହଟେଇ ଦିଆଯାଇଛି ।

ତେବେ ଅନ୍ୟ ୧୭ ଗୋଟି ଅଂଚଳରେ କଣ୍ଟେନ୍‌ମେଣ୍ଟକୁ କଟକଣା ବଳବତ୍ତର ରଖାଯାଇଛି । ଏହି ଅଂଚଳର ଅଧିବାସୀଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ନିମନ୍ତେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ସଂପୃକ୍ତ ଅଂଚଳ ମାନଙ୍କୁ ପଠାଯାଇଛି ।

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ମୋବାଇଲ ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ଏହି ଏଟିଏମ୍ ମାଧ୍ୟମରେ ଲୋକମାନେ ଘର ପାଖରେ ଟଙ୍କା ଉଠେଇବାର ସୁବିଧା ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.