Latest Odisha News

BREAKING NEWS

ଚୀନ ପାଇଁ ଭାରତ ଜଳ,ସ୍ଥଳ ଓ ଆକାଶରେ ପ୍ରସ୍ତୁତ

ନୂଆଦିଲ୍ଲୀ:ଚୀନ-ଭାରତ ସଂଘର୍ଷ କେଉଁ ରୂପ ନେବ ତାହା ସ୍ପଷ୍ଟ ହୋଇ ନାହିଁ । ତଥାପି ଚୀନର ବିଶ୍ୱାସଘାତକତା ପରେ ଭାରତ ସମ୍ପୂର୍ଣ୍ଣ ଭାବେ ସତର୍କ ହୋଇଯାଇଛି । କେନ୍ଦ୍ର ସରକାର ବୁଧବାର ଆର୍ମି , ନେଭି ଓ ଏୟାରଫୋର୍ସକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯବାନଙ୍କ ଛୁଟି ବାତିଲ କରି ଦିଆଯାଇଛି । ସ୍ଥଳ ପଥରେ ଆର୍ମି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି ।

ସେହିପରି ଜଳପଥରେ ଯୁଦ୍ଧ ଜାହାଜ ଚୀନ ଉପରେ ନଜର ରଖିଛି । ଶକ୍ତିଶାଳୀ ଏୟାରଫୋର୍ସର ଫାଇଟର ପ୍ଲେନକୁ ସୀମା ନିକଟକୁ ପଠାଯାଇଛି । ଲଦାଖ ବିବାଦ ତୁଟାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଥିଲେ ମଧ୍ୟ ଚୀନ ସୋମବାର ରାତିରେ ଯାହା କଲା ତାହା କ୍ଷମାଯୋଗ୍ୟ ନୁହେଁ ।

Leave A Reply

Your email address will not be published.