Latest Odisha News

ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ

ଟିଟିଲାଗଡ: ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ଟିଟିଲାଗଡରେ ଘଟିଛି ଏହି ଘଟଣା । ପାଖାପାଖି ହୋଇ ସମସ୍ତ ଦେକାନ ଥିବାରୁ ନିଆଁ ଲାଗିବା ଫଳରେ ୧୭ଟି ଦୋକାନ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ଅଚାନକ ଦୋକାନ ଘର ଗୁଡିକ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ କରିଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ଖୋଳତାଡ଼ କରୁଛି ପୋଲିସ୍ । ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.