Latest Odisha News

ପ୍ରତ୍ୟକ ଭୋଟ ଗୁରୁତ୍ଵପୂର୍ଣ୍ଣ, ମତଦାନ ପୂର୍ବରୁ ଦେଶବାସୀଙ୍କୁ ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଆଜି ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ଏହାରିଭିତରେ ଗଣତନ୍ତ୍ରର ଏହି ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ମହିଳା ଏବଂ ଯୁବ ଭୋଟରଙ୍କୁ ନିବେଦନ କରିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଯେତେବେଳେ ଲୋକମାନେ ଏକାଠି ରୁହନ୍ତି, ସେତେବେଳେ ଗଣତନ୍ତ୍ର ବୃଦ୍ଧି ପାଇଥାଏ। ଅଧିକରୁ ଅଧିକ ଭୋଟର ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ପ୍ରତ୍ୟେକ ଭୋଟ୍ ମହତ୍ଵପୂର୍ଣ୍ଣ । ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଗ ନେଇ ଅଧିକ ରୁ ଅଧିକ ମତଦାନ ସାବ୍ୟସ୍ତ କରନ୍ତୁ । ଗଣତନ୍ତ୍ର ସେତେବେଳେ ବୃଦ୍ଧି ପାଇଥାଏ ଯେତେବେଳେ ଦେଶର ଜନତା ଏକାଠି ହୁଅନ୍ତି । ବିଶେଷକରି ମହିଳା ଏବଂ ଯୁବ ଭୋଟର ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ମୋଦୀ ।

ସୂଚନାଯୋଗ୍ୟ ଯେ, ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ଓ ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଚାଲିଛି ଭୋଟିଂ । ଷଷ୍ଠ ପର୍ଯ୍ୟାୟ ମତଦାନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏହି ପର୍ଯ୍ୟାୟରେ ମତଦାନ କରିବେ ପ୍ରାୟ ୧୧.୧୩ କୋଟି ଭୋଟର । ସେଥିରୁ ୫.୮୪ କୋଟି ପୁରୁଷ ଭୋଟର ଥିବା ବେଳେ ୫.୨୯ କୋଟି ମହିଳା ଭୋଟର ଅଛନ୍ତି । ସେହିପରି ଷଷ୍ଠ ପର୍ଯ୍ୟାୟ ଭୋଟିଂର ଦାୟିତ୍ୱରେ ୧୧.୪ ଲକ୍ଷ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି ।

 

 

 

Leave A Reply

Your email address will not be published.