Latest Odisha News

ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ, ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୫୮ଟି ସଂସଦୀୟ କ୍ଷେତ୍ର ପାଇଁ ଆରମ୍ଭ ହୋଇଛି ମତଦାନ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ମତଦାନ । ଦିଲ୍ଲୀର ସମସ୍ତ ୭ ସଂସଦୀୟ କ୍ଷେତ୍ର ଓ ହରିୟାଣାର ସମସ୍ତ ୧୦ ଲୋକସଭା କ୍ଷେତ୍ର ପାଇଁ ଚାଲିଛି ଭୋଟିଂ । ଷଷ୍ଠ ପର୍ଯ୍ୟାୟ ମତଦାନରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ଏହି ପର୍ଯ୍ୟାୟରେ ମତଦାନ କରିବେ ପ୍ରାୟ ୧୧.୧୩ କୋଟି ଭୋଟର । ସେଥିରୁ ୫.୮୪ କୋଟି ପୁରୁଷ ଭୋଟର ଥିବା ବେଳେ ୫.୨୯ କୋଟି ମହିଳା ଭୋଟର ଅଛନ୍ତି । ସେହିପରି ଷଷ୍ଠ ପର୍ଯ୍ୟାୟ ଭୋଟିଂର ଦାୟିତ୍ୱରେ ୧୧.୪ ଲକ୍ଷ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି ।

ଏହି ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍ ଉପରେ ସିସିଟିଭି କ୍ୟାମେରା ଲଗାଯାଇଛି।

Leave A Reply

Your email address will not be published.