ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ଅବଲମ୍ବନ କରିଛନ୍ତି। ଏଥିରେ ଦେଶର ୧୭୦ଟି ଜିଲ୍ଲାକୁ କୋଭିଡ ହଟ୍ସ୍ପଟ୍ ଚିହ୍ନଟ କରାଯାଇଥିବା ଏଗୁଡିକୁ ରେଡ୍ ଜୋନରେ ରଖାଯାଇଛି। ଏହି ରେଡ୍ ଜୋନ୍ ଭିତରେ ଅଛନ୍ତି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚଣ୍ଡିଗଡ, ଶ୍ରୀନଗର, ନାଗପୁର, ପୁଣେ ଓ ଇନ୍ଦୋର ଆଦି ସହର ।
ଏହି ରେଡ୍ ଜୋନ୍ ଅଚଂଳରେ କଟକଣା ଆହୁରି କଡାକଡି କରାଯିବ । ଏହି ସବୁ ସହରାଞ୍ଚଳରେ ଏବେ ସରକାରଙ୍କ ଗାଇଡଲାଇନ ଅନୁସାରେ କରୋନା ମୁକାବିଲା କରାଯିବ ବୋଲି ଗୃସଚିବ ଅଜୟ ଭଲ୍ଲାଙ୍କ ଉପସ୍ଥିତିରେ ଅନୁଷ୍ଠିତ କ୍ୟାବିନେଟ୍ ସଚିବ ରାଜିବ ଗୁଭା ଭିଡିଓ କନଫରେନସିଂରେ କହିଛନ୍ତି।
ସେହିପରି ଅଣ ହଟ୍ସ୍ପଟ୍ ଜିଲ୍ଲାଙ୍କୁ ହ୍ୱାଇଟ୍ ଜୋନରେ ରଖାଯାଇଥିବା ବେଳେ ଏଥିରେ ୩୫୩ଟି ଜିଲ୍ଲା ଅଛନ୍ତି । ସେହିପରି ଯେଉଁ ଜିଲ୍ଲାକୁ କରୋନା ଛୁଇଁ ନାହିଁ ସେହି ସବୁ ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛନ୍ତି ସରକାର। ଏ ନେଇ ବୁଧବାର ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ନଗରପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟଙ୍କ ସହ ଆଲୋଚନା ହୋଇଛି। ଏଥିରୁ ଏପ୍ରିଲ ୨୦ ତାରିଖ ପରେ ଯଦି ହ୍ୱାଇଟ୍ ଜୋନରେ ଥିବା ଦେଶର ୨୫୩ଟି ଜିଲ୍ଲାରେ ନୂଆ ସଂକ୍ରମିତ ନ ଆସନ୍ତି ତେବେ ସେହି ସବୁ ଜିଲ୍ଲାକୁ ହୁଏତ କଟକଣା ମୁକ୍ତ କରାଯାଇପାରେ ବୋଲି ଅନୁମାନ କରାଯାଉଛି।
BREAKING NEWS
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
Comments are closed.