Latest Odisha News

ପୁରୁଣା କାର୍ ବିକ୍ରୀ ଉପରେ ଲାଗିବ ୧୮% ଜିଏସଟି

ନୂଆଦିଲ୍ଲୀ: ଯଦି ଆପଣ ନିଜର ପୁରୁଣା କାର ବିକ୍ରୀ କରି ସେହି ଟଙ୍କାରେ ଏକ ନୂଆ କାର କିଣିବାକୁ ଭାବୁଛନ୍ତି କି। ତେବେ ଏହା ଆପଣଙ୍କ ଚିନ୍ତାଜନକ ଖବର। କାରଣ ପୁରୁଣା ଗାଡିର ବିକ୍ରୀ ଉପରେ ସରକାର ଜିଏସଟି ହାର ବୃଦ୍ଧି କରିଛନ୍ତି। ତେବେ ସଠିକ୍ ଭାବରେ କହିବାକୁ ଗଲେ ବ୍ୟବହୃତ କାର କିଣିବା ପାଇଁ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହାର ପ୍ରଭାବ  ବୈଦ୍ୟୁତିକ କାର ଉପରେ ମଧ୍ୟ ଦେଖିବାକୁ ମିଳିବ।

ଜୈସଲମେରରେ ଅନୁଷ୍ଠିତ ଜିଏସଟି ପରିଷଦର ୫୫ତମ ବୈଠକରେ ପୁରୁଣା ତଥା ବ୍ୟବହୃତ ଯାନ ଉପରେ ଟିକସ ହାର ବୃଦ୍ଧି କରାଯାଇଛି। ସରକାର ପୂର୍ବରୁ ୧୨ ପ୍ରତିଶତ ହାରରେ ଜିଏସଟି ସଂଗ୍ରହ କରୁଥିଲେ କିନ୍ତୁ ବର୍ତ୍ତମାନର ନୂଆ ନିଷ୍ପତ୍ତି ଅନୁଯାୟୀ ତାହା ବୃଦ୍ଧି ହୋଇ ୧୮ ପ୍ରତିଶତ ହୋଇଯାଇଛି।

ତେବେ ଏହା କେବଳ ପେଟ୍ରୋଲ-ଡିଜେଲ ବ୍ୟବହାର ହେଉଥିବା କାର ସହ ନୁହେଁ ବରଂ  ଏହାର ପ୍ରଭାବ ସିଏନଜି ଏବଂ ବୈଦ୍ୟୁତିକ ଯାନ ଉପରେ ମଧ୍ୟ ଦେଖିବାକୁ ମିଳିବ। ଏହାର ଅର୍ଥ ଯଦି ଆପଣ ଏକ ପୁରୁଣା ଇଭି ମଧ୍ୟ କିଣନ୍ତି ତେବେ ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ।

Leave A Reply

Your email address will not be published.