Latest Odisha News

BREAKING NEWS

ବରଗଡ଼ରେ ଭୋଜି ଖାଇ ୧୮ ଅସୁସ୍ଥ

ବରଗଡ଼: ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳର ଏକ ଗାଁରେ ଭୋଜିରେ ଖାଇ ପ୍ରାୟ ୧୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି।

ପାଇକମାଲ ବ୍ଲକ ଅନ୍ତର୍ଗତ କୁଆପାଲି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କ ଶବଦାହ ପରେ ରୀତିନୀତି ଅନୁଯାୟୀ ଏହି ଭୋଜି ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କିଛି ପଡ଼ୋଶୀ ଗାଁର ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଇଥିଲା। ଖାଇସାରିବା ପରେ ଅନେକ ଲୋକଙ୍କ ବାନ୍ତି ଏବଂ ଝାଡ଼ା ହୋଇଥିଲା।

ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପ୍ରାୟ ୧୮ ଜଣଙ୍କୁ ପଦମପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି। ଏହି ଘଟଣା ପରେ ଜଣେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ, ସ୍ୱାସ୍ଥ୍ୟ ଅଧିକାରୀ, ଏଏନଏମ, ଆଶା ଏବଂ ଅଙ୍ଗନୱାଡି କର୍ମୀମାନେ ଗାଁକୁ ଯାଇ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଆରମ୍ଭ କରିଛନ୍ତି।

ବରଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର କୁବେର ଚନ୍ଦ୍ର ମହାନ୍ତ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଶନିବାର ଦିନ ମଧ୍ୟ ଗାଁ ଯାଇଁ ସମୀକ୍ଷା କରିଥିଲେ। ୧୬୧ ପରିବାରକୁ ଔଷଧ ବଣ୍ଟନ କରାଯାଇଥିଲା ବେଳେ ବାସି ଖାଦ୍ୟ ନ ଖାଇବା ଏବଂ ଗାଁ ଲୋକଙ୍କୁ ଫୁଟା ପାଣି ପିଇବା ପାଇଁ ପରାମର୍ଶ ଦେଇଥିଲା।

ତେବେ ସ୍ୱାସ୍ଥ୍ୟ କର୍ମୀମାନେ ଯାଞ୍ଚ ପାଇଁ ପାନୀୟ ଜଳ ଏବଂ ବଳକା ଖାଦ୍ୟର ନମୁନା ମଧ୍ୟ ସଂଗ୍ରହ କରିଥିଲେ। ଝାଡ଼ା ଓ ବାନ୍ତିର କାରଣ ଜାଣିବା ପାଇଁ ନମୁନାଗୁଡ଼ିକୁ ଭୁବନେଶ୍ୱର ପଠାଯାଇଛି।

 

Comments are closed.