ସୁବର୍ଣ୍ଣପୁର: ପିକଅପ ଭ୍ୟାନରେ ଚୋରା ଚାଲାଣ ବେଳେ ୧୮୭ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗାଡି ଡ୍ରାଇଭରକୁ ଗିରଫ କରାଯାଇଛି ।
ଗାଡି ଡ୍ରାଇଭର ଗାଡି ଡ୍ରାଇଭର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଙ୍ଗାବିରା ଗ୍ରାମର ପ୍ରଶାନ୍ତ ପଲାଇ (୨୫) ବୋଲି ଜଣାପଡିଛି । ସୁବଳୟା ଥାନାରେ ଏକ ମାମଲା (ନଂ.୫୫/୨୬) ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।
ସୁବଳୟା ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ପାଇଥିଲେ । ଦୁରଦୁରା ନର୍ସରୀ ନିକଟରେ ଏକ ପିକ୍ଅପକୁ ସନ୍ଦେହରେ ଅଟକାଇ ତନଖି ବେଳେ ଗାଡିରେ ଏକ ଗୁପ୍ତ କ୍ୟାବିନ କରି ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ଏସପି ନାରାୟଣ ନାଏକ ଓ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପହଞ୍ଚି ଏକଜିକ୍ୟୁଟିଭି ମାଜିଷ୍ଟ୍ରେଟଭାବେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା ।