Latest Odisha News

BREAKING NEWS

ଓଡ଼ିଶାରୁ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ସହ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଚଳିତବର୍ଷ ସର୍ବାଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ୧୧ ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୦ ଜଣ ପୁରୁଷ ଓ ୯ ଜଣ ମହିଳା ।

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ସର୍ବାଧିକ ରହୁଛି । ଦୁଇଟିଯାକ ଜିଲ୍ଲାରୁ ଆଜି ୪ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ମୋଟ୍ ୩୮୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୦୫ ଜଣ ମୃତ୍ୟୁବରଣ କଲେଣି ।

ସେହିପରି ପୁରୀ ଓ ଗଞ୍ଜାମ ଜିଲ୍ଲାରୁ କରୋନା ନେଇଛି ଆଉ ୨ଟି ଲେଖାଏ ଜୀବନ । ଗଜପତି, ଅନୁଗୋଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଆଉ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ହଜାର ୧୪୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.