Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ୧୨ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୨୩୮ ପଜିଟିଭ୍ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ହଜାରେ ଉପରେ ରହିଛି ଦୈନିକ ସଂକ୍ରମଣ । ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୦୭୩ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୮୨୮ ଆକ୍ରାନ୍ତ ।

When Is Coronavirus Third Wave Likely In India

ସେହିପରି କ୍ବାରେଣ୍ଟାଇନରୁ ୬୯୧୪ ଓ ଲୋକାଲ କେସ୍ ୫୩୨୪ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି।

ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୫ ଲକ୍ଷ ଟପିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.