Latest Odisha News

ଚୀନର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ୧୯ ମୃତ

ବେଜିଂ: ଚୀନର ପୂର୍ବାଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଯିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଥିବାବେଳେ, ଏଥିରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି ।

ଜାତୀୟ ଗଣମାଧ୍ୟମ ଏନ୍ଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡ ଯୋଗୁଁ ଚୀନର ଝେନଜାଙ୍ଗ ରାଜ୍ୟର ‘ନିଙ୍ଘାଇ କାଉଣ୍ଟି’ର ଏକ କାରଖାନାରେ ରବିବାର ଦିନ ଅଚାନକ ନିଆଁ ଲାଗିଥିଲା । ଏଥିରେ ୧୯ ଜଣ ପ୍ରାଣ ହରାଇଥିବା ବେଳେ ୮ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ବ୍ୟକ୍ତି ମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଥିବା ବେଳେ ‘ରୁଇକି ଡେଲି ନେସେସିଟି କଂପାନୀ ଦ୍ୱାରା ଏହି କାରଖାନା ପରିଚାଳିତ ହେଉଥିବା’ ସୂଚନା ମିଳିଛି ।

ଚୀନ ମଙ୍ଗଳବାର ଏହାର ୭୦ତମ ବାର୍ଷିକଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ, ଏହି ସପ୍ତାହଟି ଚାଇନା ପାଇଁ ଏକ ଅଭିଶାପ ଭାବେ ଆଗକୁ ଆସିଛି ।

  • ଦୁଇ ଦିନତଳେ ଶନିବାର ରାତିରେ ଚୀନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ଧକ୍କା ଯୋଗୁଁ ୩୬ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।

Comments are closed.