Latest Odisha News

BREAKING NEWS

ଓଡିଶାର ୧୯ଟି ସ୍ଥାନରେ ନଦୀ ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀର ପ୍ରାୟ ୧୯ଟି ସ୍ଥାନରେ ଜଳ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପକ୍ଷରୁ ଚିହ୍ନଟ କରାଯାଇଛି ।

ଏସମ୍ପର୍କରେ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଶାଣିତ ପ୍ରଶ୍ନ କରିଥିଲେ ।

ଯାହାର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ ଯେ, “ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଆହୁରି ମଧ୍ୟ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମୋଦନକ୍ରମେ ଉକ୍ତ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି” ।

ଅପରପକ୍ଷରେ ନଦୀରେ ଜଳ ପ୍ରଦୂଷିତ ଥିବା ସ୍ଥାନ ମଧ୍ୟରେ ରହିଛି- ଗଙ୍ଗୁଆ (ଭୁବନେଶ୍ୱର ପାଖ), ଦୟା (ଭୁବନେଶ୍ୱରରୁ ବରଗଡ), ବ୍ରାହ୍ମଣୀ (ରାଉରକେଲାରୁ ବିରିତୋଳା), କୁରାଢୀ ନାଳ(ରାଉରକେଲା), ମଙ୍ଗଳା (ପୁରୀ), ନାଗାବଳୀ (ଜୟପୁରରୁ ରାୟଗଡା), କାଠଯୋଡି (କଟକରୁ ଉରାଳୀ), ସେରୁଆ(ଖଣ୍ଡଏତାରୁ ଶଙ୍ଖଡ୍ରାସା), ରତ୍ନଚୀରା(ଭୁବନେଶ୍ୱରରୁ ପୁରୀ), ନନ୍ଦିରା ଜେର(ତାଳଚେର), କୁଆଖାଇ (ଭୁବନେଶ୍ୱର), ମହାନଦୀ(ସମ୍ବଲପୁରରୁ ପାରାଦୀପ), ଋଷିକୁଲ୍ୟା (ପ୍ରତାପପୁରରୁ ଗଞ୍ଜାମ), ବାଙ୍ଗୁରୁ ନାଳ( ତାଳଚେର, ରେଙ୍ଗାଲି), ଭେଡେନ୍, କୁସୁମୀ(ତାଳଚେର), ଲୁଣା (ବିଜିପୁର), ସୁବଳୟା (ଜଗନ୍ନାଥପାଟଣା, ରମ୍ଭା) ଓ ବୁଢାବଳଙ୍ଗ (ମହୁଲିଆରୁ ବାରିପଦା) ।

ସେହିପରି ପାଖାପାଖି ୭ଟି ସହରର ବାୟୁ ମଧ୍ୟ ପ୍ରଦୂଷିତ ହୋଇଥିବା ବେଳେ ସେଗୁଡିକ ମଧ୍ୟରେ ରହିଛି- ଭୁବନେଶ୍ୱର, କଟକ, ବାଲେଶ୍ୱର, ଅନୁଗୁଳ, କଳିଙ୍ଗ ନଗର, ଯାଜପୁର ରୋଡ୍, ତାଳଚେର ଓ ରାଉରକେଲା ।

 

Leave A Reply

Your email address will not be published.