Latest Odisha News

BREAKING NEWS

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଏକ ଜାତୀୟ ସମସ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରରେ ବୃଦ୍ଧି ଘଟିବା ଏକ ଜାତୀୟ ସମସ୍ୟା ବୋଲି ବୁଧବାର ଦିନ ବିଧାନସଭାରେ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ।

ଓଡିଶାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ତୈଳ ଦ୍ରବ୍ୟ, ଆଳୁ ଓ ପିଆଜି ଭଳି ଖାଦ୍ୟ ପଦାର୍ଥ ଗୁଡିକର ଦର ବୃଦ୍ଧିକୁ ସ୍ୱୀକାର କରି ମନ୍ତ୍ରୀ କହିଛନ୍ତି, ଏହା କେବଳ ରାଜ୍ୟର ସମସ୍ୟା ନୁହେଁ ବରଂ ଏହା ଏକ ଜାତୀୟ ସ୍ତରର ସମସ୍ୟା ପାଲଟିଛି । ଏହାବ୍ୟତିତ ବିଭନ୍ନ ସାମଗ୍ରୀକୁ ପଡୋଶୀ ରାଜ୍ୟ ଗୁଡିକରୁ ଆମଦାନୀ କରାଯାଉଛି । ଫଳରେ ପରିବହନ ତଥା ଅନ୍ୟ ରାଜ୍ୟରେ ଦର ବୃଦ୍ଧି ଯୋଗୁଁ ଏହାର ପ୍ରଭାବ ଓଡିଶା ଉପରେ ମଧ୍ୟ ପଡୁଛି ।

ଆହୁରି ମଧ୍ୟ ଏହିସବୁ ବସ୍ତୁର ଦାମ୍ ଉପରେ ଲଗାମ ଲଗାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଏପରିକି ରାଜ୍ୟ ସରକାର ସମାଗ୍ରୀକୁ ମହଜୁଦ କରି ରଖି ଦେଉଥିବା ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ହୋଲସେଲର ଟ୍ରେଡର ଓ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଏହାବ୍ୟତିତ ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିସହିତ କେନ୍ଦ୍ର ସହ ସମନ୍ୱୟ ରଖି ୧୦୦ କୋଟି ଟଙ୍କା ବିନିମୟରେ ଏକ ପାଣ୍ଠି ଗଠନ କରାଯାଇଥିବା ନେଇ ମନ୍ତ୍ରୀ ସିଂହ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.