Latest Odisha News

BREAKING NEWS

ରଥଯାତ୍ରା ଲାଗି ପୁରୀକୁ ଗଡିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଲାଗି ୧୯୪ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟ କୋଷ୍ଟ ରେଲୱେ ।

ଏହି ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ନୟାଗଡ, ଖୋର୍ଦ୍ଧା, ଭଦ୍ରକ, ପଲାସା, ପାରାଦୀପ, ଅନୁଗୁଳ, ତାଳଚେର ଓ ଜୁନାଗଡରୁ ପୁରୀକୁ ଚାଲିବ ।

ଏହାବ୍ୟତୀତ ଏହି ସ୍ପେଶାଲ୍ ଟ୍ରେନ୍ କୋଲକାତା, ବିଶାଖାପାଟଣା ଏବଂ ଶାଲିମାରରୁ ସଞ୍ଚାଳିତ ହେବ ବୋଲି ଇଷ୍ଟ କୋଷ୍ଟ ରେଲୱେର ପ୍ରବକ୍ତା ସୂଚନା ପ୍ରଦାନ କରିଛନ୍ତି ।

ଏହି ଟ୍ରେନ୍ ଗୁଡିକ ଜୁଲାଇ ୩ ତାରିଖ ସନ୍ଧ୍ୟାରୁ ଚଳାଚଳ ଆରମ୍ଭ କରିବା ସହ ମହାପ୍ରଭୁଙ୍କ ସୁନାବେଶ ଯାଏଁ ପୁରୀକୁ ଗଡିବ ବୋଲିି ବିଭାଗୀୟ ସୁତ୍ରରୁ ପ୍ରକାଶ ।

ଖୋର୍ଦ୍ଧା ଡିଭିଜନର ଡିଆରଏମ୍ ଶଶିକାନ୍ତ ସିଂହଙ୍କ ସୂଚନାନୁଯାୟୀ ଯାତ୍ରୀମାନଙ୍କର ସୁବିଧା ପାଇଁ ଅତିରିକ୍ତ ୬୦ଟି ଟିକେଟ୍ କାଉଣ୍ଟର ଖୋଲାଯିବ । ଏହାବ୍ୟତିତ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ୫୩୮ ଜଣ ଆରପିଏଫ୍ ଏବଂ ୫୫୦ ଜଣ ଜିଆରପି ମୁତୟନ ହେବେ ।

Leave A Reply

Your email address will not be published.