Latest Odisha News

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୨ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାରୁ ୨ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ୩ଜଣ, କଟକରୁ ୬ଜଣ, ଦେଓଗଡ଼ରୁ ୩ଜଣ, ଢ଼େଙ୍କାନାଳରୁ ୪ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୯୪ଜଣ, ମୟୁରଭଞ୍ଜରୁ ୯ଜଣ, ନୟାଗଡ଼ରୁ ୩ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୧୨ଜଣ, ଷ୍ଟେଟ ପୁଲରୁ ୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଲକ୍ଷ ୪୮ହଜାର ୮୮୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଲକ୍ଷ ୩୮ହଜାର ୮୫ଜଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ହଜାର ୩୩୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Leave A Reply

Your email address will not be published.