Latest Odisha News

BREAKING NEWS

ପୁଣି ଏସସିବିର ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଏସସିବି ସମ୍ପ୍ରସାରଣ ପାଇଁ ହିନ୍ଦ୍ ସିନେମା ହଲ ଉଚ୍ଛେଦ କରାଯାଉଛି । ଏହି ପ୍ରକ୍ରିୟାରେ ରାଣୀହାଟ କେନାଲ ରୋଡ଼ର ପୋଲଠୁ ଏସସିବି ପର୍ଯ୍ୟନ୍ତ ହେବ ଉଚ୍ଛେଦ । ଏହି ମଧ୍ୟରେ ୩୦ ଦୋକାନର ହେବ ଉଚ୍ଛେଦ । ସହରର ପୁରାତନ ହିନ୍ଦ୍ ସିନେମା ହଲର ଚାଲିଛି ଉଚ୍ଛେଦ । ଏହାଦ୍ୱାରା ଏସସିବିକୁ ସିଧାସଳଖ ବାଟ ଫିଟାଯିବ ।

ଉଚ୍ଛେଦ ପୂର୍ବରୁ ସମସ୍ତଙ୍କୁ ଆର୍ଥିକ ସହାୟତା ବା ପ୍ୟାକେଜ ଦିଆଯିବା ପରେ ପ୍ରଶାସନ ଏହି ଅଞ୍ଚଳକୁ ନିଜ ଦଖଲକୁ ନେଇଛି । ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡ଼ିଏ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.