ଓଡ଼ିଶା ସମ୍ୱାଦ ବ୍ୟୁରୋ: ଜନ୍ମ ପରେ ମୃତ୍ୟୁ ସୃଷ୍ଟିର ନିୟମ। ଭାବିଲେ ଯଦି ଜନ୍ମ ପରେ ମୃତ୍ୟୁ କେବେ ବି ଆସିନଥାନ୍ତା, ତେବେ କିପରି ହୁଅନ୍ତା? ଆଜିର ବିଜ୍ଞାନ ଅସମ୍ଭବକୁ ସମ୍ଭବ କରୁଛି। ଆମେରିକାରେ ଏପରି ଏକ ପ୍ରକଳ୍ପ ତିଆରି ହୋଇଛି ଯେଉଁଠି ଲୋକଙ୍କର ମୃତ୍ୟୁ ଆସିବ ନାହିଁ ଏବଂ ସେମାନଙ୍କ ସମୟ ମଧ୍ୟ ସ୍ଥିର ହୋଇଯିବ ବା ଆଗକୁ ବଢିବ ନାହିଁ। ଆରିଜୋନାସ୍ଥିତ ସ୍କଟସଡେଲ ଲୋକେ ନିଜ ଶରୀର ଏବଂ ମସ୍ତିଷ୍କକୁ ଲିକ୍ୱିଡ ନାଇଟ୍ରୋଜେନରେ ରଖିଛନ୍ତି। କାରଣ ଭବିଷ୍ୟତରେ ପୁନର୍ବାର ସେମାନେ ଜୀବିତ ହୋଇ ପାରିବେ। ଆଲକୋର ଲାଇଫ୍ ଏକ୍ସଟେନ୍ସନ୍ ଫାଉଣ୍ଡେସନ୍ ଏହି ପ୍ରକଳ୍ପ ଆଣିଛି।
ଆଲକୋର ଫାଉଣ୍ଡେସନର ଚିଫ୍ ଏକଜିକ୍ୟୁଟିଭ ମ୍ୟାକ୍ସ ମୋର୍ କହିଛନ୍ତି ଯେ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଅନ୍ୟ କିଛି ରହିଛି। ଏହା ମଣିଷଙ୍କ ମୃତ୍ୟୁ ପରେ ପୁଣିଥରେ ଜୀବନ୍ତ ଫେରିବା ପାଇଁ ନୁହେଁ ବରଂ ଏବେ ଯେଉଁ ରୋଗର ଚିକିତ୍ସା ନାହିଁ ସେହି ରୋଗର ଚିକିତ୍ସା ପାଇଁ ନିଜକୁ ଭବିଷ୍ୟତକୁ ଫେରାଇ ଆଣିବେ। ୧୯୯ ଜଣଙ୍କ ମଧ୍ୟରୁ ଅଧିକାଂଶ ଏଭଳି ମାରାତ୍ମକ ରୋଗ ସହ ଲଢୁଛନ୍ତି, ଯାହାର ଆଜି ଯାଏ ଚିକିତ୍ସା ନାହିଁ। ଉଦାହରଣ ସ୍ୱରୂପ, କର୍କଟ, ALS କିମ୍ବା ଅସୁସ୍ଥ ବିରଳ ରୋଗ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହା ଏକ ପରୀକ୍ଷଣ। ଯେତେବେଳେ ଏହି ବ୍ୟକ୍ତିଙ୍କର ମଧ୍ୟରୁ ଜଣଙ୍କୁ ବାହାରକୁ ଆଣି ଚିକିତ୍ସା କରାଯିବ, ସେତେବେଳେ ଏହାର ସଫଳତା ସଠିକ୍ ଭାବରେ ବିଚାର କରାଯିବ। ଏପରି ଯଦି ସମ୍ଭବ ହୁଏ ତେବେ ଏହା ବିଜ୍ଞାନରେ ଏକ ବଡ଼ ସଫଳତା ହେବ।
୧୯୯ ଜଣ ବ୍ୟକ୍ତିଙ୍କର ଏହି ତାଲିକାରେ ସବୁଠାରୁ କନିଷ୍ଠ ବ୍ୟକ୍ତି ହେଉଛନ୍ତି ଥାଇଲ୍ୟାଣ୍ଡର ୯ ବର୍ଷର ବାଳିକା ମାଥେରିନ୍ ନୋଓବରତପଙ୍ଗ। ମାଥେରିନଙ୍କୁ ମସ୍ତିଷ୍କ କର୍କଟ ହୋଇଛି। ତାଙ୍କ ପିତାମାତା ଉଭୟ ଡାକ୍ତର। ମାଥେରିନ ଅନେକ ଥର ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି। କିନ୍ତୁ କିଛି ସୁଫଳ ମିଳିଲା ନାହିଁ ଏବଂ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ସେ ଆଲକୋର ଫାଉଣ୍ଡେସନ ନିକଟକୁ ଯାଇଥିଲେ। ଏହି ତାଲିକାରେ ବିଟକଏନ୍ ବିଶେଷଜ୍ଞ ହାଲ୍ ଫିନ୍ନି ମଧ୍ୟ ସାମିଲ ଅଛନ୍ତି। ୨୦୧୪ ମସିହାରେ, ALS କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ତାଙ୍କ ଶରୀରକୁ ଏକ ତରଳ ନାଇଟ୍ରୋଜେନ ଟାଙ୍କିରେ ସୁରକ୍ଷିତ ରଖାଯାଇଛି। ଏହି ପ୍ରକ୍ରିୟାକୁ କ୍ରାୟୋପ୍ରିସର୍ଭେସନ୍ କୁହାଯାଏ।
କ୍ରାୟୋପ୍ରିସର୍ଭେସନ୍ ପ୍ରକ୍ରିୟା କେବେ ଆରମ୍ଭ ହେବ?
ଯେତେବେଳେ ବ୍ୟକ୍ତିକୁ ସରକାରୀ ଏବଂ ଆଇନଗତ ଭାବେ ମୃତ ଘୋଷଣା କରାଯାଏ, ସେତେବେଳେ କ୍ରାୟୋପ୍ରିସର୍ଭେସନ୍ ପ୍ରକ୍ରିୟା ଆରମ୍ଭ ହୁଏ। ଏହା ପରେ ମାନବ ଶରୀରରୁ ରକ୍ତ ଏବଂ ଅନ୍ୟାନ୍ୟ ତରଳ ପଦାର୍ଥ ବାହାର କରାଯାଇଥାଏ। ସେଗୁଡିକ ସ୍ୱତନ୍ତ୍ର ରାସାୟନିକ ପଦାର୍ଥରେ ଭରାଯାଇଥାଏ ଯାହା ଦ୍ୱାରା ଶରୀର ଭିତରେ ବରଫର କ୍ରିଷ୍ଟାଲ ସୃଷ୍ଟି ନହୁଏ। ଏହା ପରେ ଶରୀରକୁ ଏକ ନିର୍ଦ୍ଦିଷ୍ଟ ଥଣ୍ଡା ତାପମାତ୍ରାରେ ତରଳ ନାଇଟ୍ରୋଜେନର ଏକ ଟ୍ୟାଙ୍କିରେ ରଖାଯାଏ। ଆଲକୋର ଫାଉଣ୍ଡେସନ ଗ୍ରାହକଙ୍କ ମୃତଦେହ ଆରିଜୋନାର ସ୍କଟସଡେଲର ଏକ ସ୍ଥାନରେ ରଖାଯାଇଛି।
ଶରୀରକୁ ସୁରକ୍ଷିତ ରଖିବା ପାଇଁ ଦେବାକୁ ପଡିଥାଏ ଟଙ୍କା
ମ୍ୟାକ୍ସ ମୋର କହିଛନ୍ତି ଯେ ଆଲକୋର ଫାଉଣ୍ଡେସନରେ ବର୍ତ୍ତମାନ ୧୪୦୦ ଜୀବନ୍ତ ସଦସ୍ୟ ଅଛନ୍ତି। ଯେଉଁମାନେ ଭବିଷ୍ୟତରେ ନିଜ ଶରୀରକୁ ସୁରକ୍ଷିତ ରଖିବା ପାଇଁ ଟଙ୍କା ଦେଇଛନ୍ତି। ଆବଶ୍ୟକ ସମୟରେ ଏଠାରୁ ଟଙ୍କା ଉଠେଇବା ପାଇଁ ଦାବି ମଧ୍ୟ କରାଯାଇପାରିବ। ଉଲ୍ଲେଖଥାଉ କି, ଶରୀରକୁ ଟ୍ୟାଙ୍କରେ ରଖିବା ପାଇଁ ଅତି କମରେ ଦୁଇ ଲକ୍ଷ ଡଲାର ଅର୍ଥାତ୍ ୧.୬୪ କୋଟିରୁ ଅଧିକ ଟଙ୍କା ଦେବାକୁ ପଡିବ।
ମ୍ୟାକ୍ସ ମୋରଙ୍କ ପତ୍ନୀ ନତାଶା ଭିତା ମୋର କହିଛନ୍ତି ଯେ ଏହା ଭବିଷ୍ୟତକୁ ଯାତ୍ରା କରିବାର ଏକ ମାଧ୍ୟମ ହୋଇପାରେ। ଭବିଷ୍ୟତରେ ବ୍ୟକ୍ତିଙ୍କ ମାରାତ୍ମକ ରୋଗ କିମ୍ବା ଆଘାତ ସହଜରେ ଭଲ ହୋଇଯିବ। ସେତେବେଳକୁ ମଣିଷଙ୍କର ନୂତନ ଶରୀର କ୍ଲୋନିଂ ହୋଇସାରିଥିବ। ସମଗ୍ର ଶରୀର ପ୍ରୋଷଥେଟିକ୍ ହୋଇସାରିଥିବ କିମ୍ବା ସେମାନଙ୍କ ଶରୀରକୁ ପୁନର୍ବାର ରିଏନିମେଟ କରାଯାଇପାରିବ।
Comments are closed.