ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶରୀର, ସୁଷମା, କୌଳୀନ୍ୟ
ପ୍ରତିଭା, ନିଷ୍ଠା, ଜ୍ଞାନ, ଧନ
ବୁଦ୍ଧି, କ୍ଷମତା ଆଉ କୃତି
ଥିଲେ ବି ଯେଉଁଠାରେ ବ୍ୟକ୍ତି
କରେନି ଶୁଦ୍ଧ ଆଚରଣ
କେବେ ବି ପାଏନି ସମ୍ମାନ
ଯୋଗାଡ଼ କଲେ ସୁଦ୍ଧା ଖ୍ୟାତି
ନ ଥାଏ ସେ ଖ୍ୟାତିର ବ୍ୟାପ୍ତି
ବ୍ୟକ୍ତିର ହେଲେ ଅବସାନ
ଯଶ ବି ହୋଇଯାଏ ନ୍ୟୂନ
ଯେଉଁମାନେ ବି ତତ୍କାଳୀନ
କେହି ନୁହଂତି ଚିରଂତନ
ନିଯୁକ୍ତିଦାତା ବୋଲ ମାନି
ଯେ ଲେଖେ ଗୀତ ଓ କାହାଣୀ
ତହିଁର ବ୍ୟାଖ୍ୟା କଲେ କେହି
ସାରବତ୍ତା ପାଆଂତିନାହିଁ
ମୁଦ୍ରଣ ଯଂତ୍ର ପାଇଁ ପାଠ
ଲେଖି ସମୟ କଲେ ନଷ୍ଟ
ମନକୁ ମିଳେନାହିଁ ଶାଂତି
ଦୁଃଖଜର୍ଜର ହୁଏ ବ୍ୟକ୍ତି
କାହା ବରାଦ ଅନୁସାରେ
ଯେ କିଛି ଲେଖି ଦେଇପାରେ
ତା ସାରସ୍ବତ ଅବଦାନ
ପ୍ରାୟତଃ ହୋଇଥାଏ ଶୂନ୍ଯ
ଲେଖନୀ ଲଗାଇଲେ ଭଡ଼ା
ପ୍ରଚୁର ଧନରାଶି ଛଡ଼ା
ଆଉ ତ କିଛି ମିଳେନାହିଁ
ଅଯଥା ଲେଖଂତି କିପାଇଁ?
ବ୍ୟକ୍ତିର ମନ ଯଂତ୍ର ପରି
କଳ୍ପନା ଦେଲେ ବି ଉଦ୍ଗାରି
ନ ଥାଏ ତଥ୍ୟ ଅବା ସତ୍ୟ
କେବେ ବି ହୁଏନି ସାହିତ୍ୟ
Comments are closed.