Latest Odisha News

BREAKING NEWS

ଭାଷା ଭାଗବତ : ତେଣୁ ଲାଗେ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଭାବନା ଯୋଗାଏ ପ୍ରେରଣା
ଶରୀର ମାନେ କଟକଣା
ଦେହ ଯେହେତୁ ମନ ଭୃତ୍ୟ
ମାନେ ଓ ହୁଏ କାର୍ଯରତ

ମୁଖ୍ୟତଃ ଦୁଇଗୋଟି ହାତ
କାମରୁ ନ ହେଲେ ବିରତ
ଭାବନା ହୁଏ କାର୍ଯକାରୀ
ମନରୁ ଯାଏନି ବାହାରି

ମନ ଭାଂଗିଲେ ବାରଂବାର
ମଣିଷ ହୁଅଇ ଅସ୍ଥିର
ଅସ୍ଥିରମନା ହେଲେ ଲୋକ
ସାରିପାରେନି କାମ ତକ

ସହଜ ହେଲେ ହେଁ ଆରଂଭ
ଶେଷ କରିବା ପାଇଁ ଦଂଭ
ନ କଲେ ମୂଳରୁ ସଂଗ୍ରହ
ଜୀବନ ହୁଏ ଦୁଃଖାବହ

କାମରୁ ପାଇ ସର୍ବତୃପ୍ତି
ବ୍ୟକ୍ତି କରିଲେ ଅଗ୍ରଗତି
ଘଟଇ ସମୂହ ଉନ୍ନତି
ବଢ଼ଇ ଭାଷା ଓ ସଂସ୍କୃତି

ଏଠାରେ ଅଧିକାଂଶ ଲୋକ
ମନରେ ଧରି ଧନଭୋକ
ହୁଅଂତି କାମରେ ଜଡ଼ିତ
ହେଉନି ସ୍ବଭାଷୀଂକ ହିତ

ଏହି ସ୍ବୀକୃତ ପରଂପରା
ହୋଇଗଲାଣି ଦରମରା
ତେବେ ବି ଚୈତନ୍ଯ ଉଦୟ
ଘଟୁନି, ତେଣୁ ଲାଗେ ଭୟ

ଏହି ଭୟରୁ ପରିତ୍ରାଣ
ପାଉନାହାଂତି ଜନଗଣ
ତେଣୁ ତ ଶାସ୍ତ୍ରୀୟ, ପ୍ରାଚୀନ
ସ୍ବଭାଷା ସହେ ଅପମାନ

ଆମର ଏପରି ଅବସ୍ଥା
ଗର୍ବ କରିବା ଭଳି କଥା
ନୁହେ ବୋଲି ଥିଲେ ବି ଜାଣି
ଲୋକେ ତ ଦେଖାଂତି ଫୁଟାଣି

Leave A Reply

Your email address will not be published.