Latest Odisha News

BREAKING NEWS

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍ 

ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ
ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ
କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା
କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ
କ’ଣ ଯେ ତୁମେ ମୋ ପାଇଁ !

କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ
ଲକ୍ଷ୍ମଣ ପାଦେ ପାଦ ମିଳାଇ ନିଃଶବ୍ଦେ ଚାଲ ଯେ ତୁମେ
ଉର୍ମିଳାର ସେ ନିସର୍ତ୍ତ ବଳିଦାନ ତୁମେ ,
ଶିବତାଣ୍ଡବେ ସତୀଙ୍କ ଅଭିମାନ ତୁମେ
ନରଙ୍କୁ ନାରାୟଣେ ପରିବର୍ତ୍ତନ କରୁଥିବା
ମୋ ପ୍ରଭୁ ଶ୍ରୀରାମଙ୍କର ପରିଚୟ ତୁମେ
କିଏ ଗୋ ତୁମେ କେମିତି ବଖାଣେ
କ’ଣ ଯେ ତୁମେ ମୋ ପାଇଁ !

ମୋ ଦୁଃଖ ସାଗରେ ଆଶ୍ବାସନା ତୁମେ
ମୋ ସ୍ବପ୍ନ ପରୀର କୋମଳ ପଙ୍ଖ
ମୋ ଭାବନା ସବାରୀକୁ ଝୁଲଣା କରାଅ ଗୋ
ଭାରାକ୍ରାନ୍ତ ହୃଦୟେ ଭର ଶୀହରଣ
ମୁଁ ଅଜ୍ଞ ତୁମେ ମୋ ଜ୍ଞାନବର୍ତ୍ତିକା , ବିବେକ
ମୁଁ ଅସ୍ଥିର ପବନେ ଗୁଡ଼ି ତୁମେ ମୋ ଲଟେଇ
କିଏ ଗୋ ତୁମେ ମୋ ପାଇଁ
କ’ଣ ଯେ ତୁମ ପ୍ରୀତି !

ମୋ ଚିନ୍ତା ତୁମେ , ଚେତନା ବି ତୁମେ
ମୋ ସ୍ବାଭିମାନ ତୁମେ ମନତଳ ଅଭିମାନ ଗୋ
ଜୀବନ ଭରି ଲେଖୁଛି କବିତା ମୁଁ ତଥାପି ,
ତୁମେ ସେଇ ଆଲିଖିତ ପଂକ୍ତିମାଳା ଗୋ
ଅସ୍ତବେଳାର ରଙ୍ଗଛଟା କମ୍ ତ ନୁହଁ
ଉଦୟ ରାଗର ନହୂଲି ସକାଳ ନେଇଯେ ଆସିଛ
କେମିତି କହିବି କିଏ ମୋର ତୁମେ !
କହିବାରେ କ’ଣ କିଛି ଥାଏ !

ନୂଆଦିଲ୍ଲୀ

Leave A Reply

Your email address will not be published.