Latest Odisha News

BREAKING NEWS

ଗଳା ପୋଡ଼ା ହେଉଛି କି ! ଆପଣାନ୍ତୁ ଏହି ଉପାୟ ମିଳିବ ଆରାମ…

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ  । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ। ଗଳାରେ ପୋଡାଜଳା ଅନୁଭବ ହେବା ସମୟରେ ଖାଦ୍ୟ ଗ୍ରହଣ ସହ କଥା କହିବାରେ ମଧ୍ୟ ସମସ୍ୟା ହୋଇଥାଏ। ଅନେକ ଲୋକଙ୍କର ଏହି ସମସ୍ୟା ଏକ ସପ୍ତାହ ଯାଏଁ ଲାଗି ରହିଥାଏ ତ କିଛି ଲୋକଙ୍କର ମାସ ମାସ ଧରି ଏହି ସମସ୍ୟା ଦେଖାଯାଇଥାଏ । ତେବେ କିଛି ଘରୋଇ ଉପାୟ ରହିଛି, ଯାହା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ  । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ……
-ଗଳା ପୋଡାରୁ ମୁକ୍ତି ପାଇଁ ଲୁଣ ପାଣିରେ କୁଳି କରିପାରିବେ। ଏଥିପାଇଁ ୧ ଗିଲାସ ଉଷୁମ ପାଣିରେ ସାମାନ୍ୟ ଲୁଣ ପକାଇ କୁଳି କରନ୍ତୁ।
-ଗଳାପୋଡାରୁ ତୁରନ୍ତ ମୁକ୍ତି ପାଇଁ ପଇଡ ପାଣି ଖୁବ୍‌‌ ଉପକାରୀ। ଏଥିରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି। ଖାଦ୍ୟ ଖାଇବା ପରେ ଗଳାରେ ପୋଡାଜଳା ଭଳି ଅନୁଭବ ହେଉଥିଲେ,ପଇଡ ପାଣିର ସେବନ କରନ୍ତୁ।
-ଗଳା ପୋଡାରୁ ମୁକ୍ତି ପାଇଁ ହଳଦୀ ସେବନ ଖୁବ୍‌‌ ଉପକାରୀ। ହଳଦୀରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସହ ଆଣ୍ଟି-ଇନଫ୍ଲେମେଟରୀ ଓ ଆଣ୍ଟି- ବ୍ୟାକ୍ଟେରିଅଲ ଗୁଣ ରହିଥାଏ। ଏହି କାରଣରୁ ଏହାର ସେବନ ଦ୍ୱାରା ଗଳା ପୋଡା ସମସ୍ୟାରୁ ମୁକ୍ତି ମିଳିଥାଏ। ଏକ ଚାମଚରୁ କମ୍‌‌ ହଳଦୀ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ।

-ଗଳା ପୋଡାରୁ ମୁକ୍ତି ପାଇଁ ମହୁ ସେବନ ମଧ୍ୟ ଖୁବ୍‌‌ ଉପକାରୀ। ମହୁରେ ଆଣ୍ଟି-ବ୍ୟାକ୍ଟେରିଅଲ ଗୁଣ ଗଳାରେ ହେଉଥିବା ଜଳା ପୋଡାରୁ ମୁକ୍ତି ମିଳିଥାଏ। ଏଥିପାଇଁ ଉଷୁମ ପାଣିରେ ମହୁ ଓ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଅନ୍ତୁ।

 

 

 

Leave A Reply

Your email address will not be published.