ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
କି ହୁଏ ଛପାଇଲେ ବହି ?
ମଲାଟ ପିଂଧି ଥାଏ ରହି
ପାଠକ ବାଟ ଚାହିଁ ଚାହିଁ
କାଳେ କେ ନେବ କି ଉଠାଇ
ଏମିତି କିଛି ଘଟେନାହିଁ
ସ୍ବଭାଷୀ ପାରେ ସବୁ ସହି
କେବଳ କଥା କହି କହି
ହୁଏ ମନ ଭିତରେ ଦହି
ଭାଷାର ପ୍ରୟୋଗ ସୀମିତ
ହେବାରୁ ହୋଇ ବିଚଳିତ
ଅନେକେ ଦେଲେ ବି ଆହ୍ବାନ
ବଦଳେନାହିଁ କାହା ମନ
ସ୍ବୟଂଚାଳିତ ନୁହେ ଭାଷା
ଲୋକଂକ ପ୍ରୟାସକୁ ଆଶା
କରି କରି ଗଲେ ବି ଥକି
ସତରେ କ’ଣ କରିବ କି ?
ଭାଷା ନୁହଇ ସ୍ବୟଂକ୍ରିୟ
ତେଣୁ ଲାଗଇ ବେଶି ଭୟ
ଏମିତି ହୋଇ ଅବକ୍ଷୟ
ଭାଷା କି ଲଭିବ ବିଲୟ
କିଛି ବି ନୁହେ ଯେଣୁ ସ୍ପଷ୍ଟ
ମନରେ ଜାତ ହୁଏ କଷ୍ଟ
ସ୍ବଭାଷା ହୋଇଗଲେ ନଷ୍ଟ
କ’ଣ ରହିବ ଅବଶିଷ୍ଟ
ଏବେ ତ ବହୁ ଶିଳା ସ୍ତୂପ
ଦେଖାଂତି ଜାତିର ସ୍ବରୂପ
ଏ ଭାଷା ପାଏ ଯଦି ଲୋପ
କିଏ କରିବ ମନସ୍ତାପ ?
Comments are closed.