✍🏻 ତେଜସ୍ୱିନୀ ପଣ୍ଡା
ଇସ୍ ! ପୃଥିବୀ ଆଜି ଶ୍ମଶାନ,
ସାଗର ଆଜି ଶୂନ୍ଶାନ୍,
ଘଞ୍ଚ କାନନରେ ଶ୍ଵାପଦକୁଳର ସମାଚାର ।
ରକ୍ଷା.. ରକ୍ଷା ଏ ମନୁଷ୍ୟ ଜଗତକୁ..
ସବୁ ମଝିରେ ଭେଦି ଯାଉଥିବା ମୁଁ
ଗୋଟେ ନିର୍ବାସିତା ତରୁଣୀ ।
କେବେ ନିର୍ଜନରେ ବସି ଦେଖେ
ସାମାଜିକ ହିଂସାର କାଳାନଳ ତ
କେବେ ଦେଖେ ସଡ଼କ
ଦୁର୍ଘଟଣାର ନିର୍ଘୋଷ ଚିତ୍କାର,
ମୋର ନାହିଁ କେହି ଗୁପ୍ତଚର କି
ମୁଁ ନୁହେଁ ରାଜଜେମା ରାଣୀହଂସପୁର ର ।
ଲଳିତ କଣ୍ଠ ମୋର ଚାଲିଯାଏ
କାନ୍ଦି କାନ୍ଦି ସରସ୍ଵତୀ ଗଳାକୁ
ଧିକ୍କାର ଏ ତୁଛ ଜୀବନକୁ…!
ରାହା ଦେବା ଅଟେ ସୁଦୂର ବ୍ଯାପାର
ସାହା ଦିଏ ନାହିଁ ମତେ ନିଘଞ୍ଚ ଜଙ୍ଗଲ ।
ଦୁନିଆ ପଚାରେ ନିର୍ବାସିତା ର କାରଣ?
ମୁଁ ନୁହେଁ କାହାର ରାଧା କି ମୁଁ
ନୁହେଁ ଅପେକ୍ଷାରତ ମୀରା ,
ସାକ୍ଷ୍ୟ ଦେବେ ଏ ପୃଥିବୀକୁ
ଅନନ୍ତ ନୀଳିମାର ସୂର୍ଯ୍ୟ ଚନ୍ଦ୍ର ତାରା ।
ଅନ୍ଧକାର ଗୋଟାପଣେ ଝଳି ଯାଏ
ଆଲୁଅର ରୂପରେ,
ବିଜୟ ଲୁଚିଯାଏ ପରାଜୟର ଆଢୁଆଳରେ ।
ଯେମିତି ନିର୍ଜନର କ୍ଷମତା ମୋ
ପାଖେ ଅମାପ, ସେମିତି ଉଦ୍ବେଳିତ
ହୃଦ୍କମ୍ପନର ବିଳାପ ଅସୀମ
ପ୍ରାପ୍ତି ନାହିଁ ମୋର ଅବଶିଷ୍ଟ ଜୀବନର
ହସି ହସି ବଞ୍ଚିଯିବି ବାକି ମୁହୁର୍ତ୍ତମାନ,
ନିର୍ଜନ ତରୁଣୀ ହୋଇ ଚିରଦିନ ।
ସାଦେଇପୁର,
ଜଗତସିଂହପୁର
Comments are closed.