ଶୁଭଶ୍ରୀ ମହାପାତ୍ର
ମୋର ଯେତେ କହିବାର କଥା କହି ସରିନି,
ବାଟ ସରି ଯିବ ପରା…
ତମ କାନ୍ଧରେ ହାତ ରଖି
ଚାଲି ଚାଲି ଯାହା କହିବାର କଥା,
ଯଦି କଥା ନ ସରେ,
ତା’ ପୂର୍ବରୁ ଯଦି ମୁଁ ସରି ଯାଏ…
ତେବେ ଗଡେଇ ଦବ ରାସ୍ତା କଡର
ଯେକୌଣସି ଖାଲ ଭିତରକୁ,
କୌଣସି ଅବସୋସ ନାହିଁ…
କୌଣସି ଶୋଷ ନାହିଁ ଯାହା ମେଣ୍ଟିନି,
କୌଣସି ଦର୍ଶନ ନାହିଁ ଯାହା ନ ଦେଖିଛି ଏଇ ଆଖି,
ନିଜ ପ୍ରତି ଆଉ ଲୋଭ ନାହିଁ,
ତେଣୁ ମରଣକୁ ଆଉ ଭୟ ନାହିଁ…
ରାତିଟିଏ ଗଲେ ସକାଳଟିଏ ଆସେ,
ଫରକ ଏତିକି……….
ମୋତେ ଦରକାର ନାହିଁ,
ଆଉ କେବେ ପାହୁ ନଥିବା ରାତି
ଦରକାର ନାହିଁ,
ସୂର୍ଯ୍ୟାସ୍ତ ନ ହେବାର ଦିନ,
ପାଗଳାମୀ ହେଉପଛେ,
କିଛି ତ କହୁଛି, କିଛିତ ଲେଖୁଛି, କିଛି ତ ଗାଉଛି
ସେ ହିଁ ଭଲ,ସେ ହିଁ ଭଲ, ସେ ହିଁ ଭଲ ।
ମାହାଙ୍ଗା, କଟକ
Comments are closed.