Latest Odisha News

BREAKING NEWS

କୋଭିଡ୍ ମୁକାବିଲା: ରାଜ୍ୟ ବିପର୍ଯ୍ୟୟ ପାଣ୍ଠିକୁ ଅଗ୍ରୀମ ୮୮୭୩ କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରିରେ ଜୁଝି ହେଉଛି ସାରା ଦେଶ । ଲୋକ ମହାମାରୀ ମୁହଁରେ ପଡ଼ି କଲବଲ ହେଉଛନ୍ତି । ସରକାର ମୁକାବିଲା ଦିଗରେ କଡ଼ା ପଦକ୍ଷେପ ନେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିପାଇଁ ରାଜ୍ୟଗୁଡ଼ିକୁ ଆର୍ଥିକ ସହୟତା ପ୍ରଦାନ କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ଅଗ୍ରୀମ ଆକାରରେ ୮ହଜାର ୮୭୩କୋଟି ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

କୋଭିଡ୍‌ ‌କଣ୍ଟେନ୍‌ମେଣ୍ଟ ପଦକ୍ଷେପ ପାଇଁ ରାଜ୍ୟ ସରକାର ଏସଡିଆରଏଫର ୫୦% ଅର୍ଥ ବ୍ୟବହାର କରିପାରିବେ । ଅର୍ଥାତ କଣ୍ଟନମେଣ୍ଟ ପାଇଁ ୪ହହାର ୪୩୬କୋଟି ଟଙ୍କା ଖର୍ଚ୍ଚ କରିବେ । ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି, ଜୁନ୍‌ ମାସରେ ମିଳୁଥିବା ପ୍ରଥମ କିସ୍ତିକୁ କେନ୍ଦ୍ର ସରକାର ଆଗୁଆ ରାଜ୍ୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠି ପାଇଁ ଅର୍ଥ ରିଲିଜ୍‌ କରିଛନ୍ତି ।

ଏହି ଅର୍ଥକୁ ରାଜ୍ୟ ସରକାରମାନେ ଅକ୍ସିଜେନ୍ ଉତ୍ପାଦନ, ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା, ଭେଣ୍ଟିଲେଟର, ଆମ୍ୱୁଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିବା, କୋଭିଡ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର, ଥର୍ମାଲ ସ୍କ୍ରିନିଂ, ଟେଷ୍ଟିଂ ଲାବ୍ରୋଟୋରୀ, ଟେଷ୍ଟିଂ କିଟ୍ କିଣିବା ଓ କଣ୍ଟେନମେଣ୍ଟ ଜୋନ୍ ଆଦି ଦିଗରେ ଖର୍ଚ୍ଚ କରିପାରିବେ ।

Leave A Reply

Your email address will not be published.