Latest Odisha News

BREAKING NEWS

ଆସୁଛି ଅମ୍ଳାନ୍‌ଙ୍କ “ଲାଗେ ପ୍ରେମ ନଜର”

ଭୁବନେଶ୍ୱର: ନୂଆ ପ୍ରଡକ୍ସନ୍ କମ୍ପାନୀ, ନୂଆ ପ୍ରଯୋଜକ । ସାଥିରେ ଷ୍ଟାରକାଷ୍ଟ କେମିଷ୍ଟ୍ରୀ ବି ନୂଆ । କିଛି ଏପରି କମ୍ବିନେସନ୍ ନେଇ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଓଡିଆ ଫିଲ୍ମ “ଲାଗେ ପ୍ରେମ ନଜର” । ଏଥିରେ ପ୍ରଥମଥର ପାଇଁ ରିୟା, ପ୍ରିୟା ଓ ରାଗିଣୀ ନାୟିକା ଭାବେ ଏକାଠି ଅଭିନୟ କରିବାରେ ନଜର ଆସିବେ । ଫିଲ୍ମରେ ଏମାନଙ୍କ ପାଗଳ ପ୍ରେମୀ ସାଜିବେ ବିନ୍ଦାସ୍ ଅମ୍ଳାନ୍ ।

ଅନ୍‌ସ୍କ୍ରିନ୍‌ରେ ତିନିଜଣ ନାୟିକାଙ୍କ ଅପୋଜିଟରେ ମାତ୍ର ଜଣେ ନାୟକକୁ ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ୍ ଦିଲ୍ଲୀପ ପଣ୍ଡା । ବ୍ଲୁ ଆଇଜ୍ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଆକ୍ସନ୍‌, ଲଭ, ଇମୋଶନ୍ ଓ ଟ୍ରାଜେଡି ଭଳି ସିକ୍ୱେନ୍ସ ଭରପୁର ରହିଛି । ରଜ ଅବସରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ଜରିଆରେ ପ୍ରଯୋଜନା କ୍ଷେତ୍ରରେ ବ୍ୟୋମକେଶ ଡେବ୍ୟୁ କରିଛନ୍ତି ।

ଫିଲ୍ମର ସୁଟିଂ ଫୁଲ୍ ସ୍ପିଡରେ ଆଗେଇ ଚାଲିଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ପପି ସାନ୍ତୁକା, ବବି ମିଶ୍ର, ପ୍ରିୟଙ୍କା ଓ ନବାଗତା ଧାରାଶ୍ରୀ ନଜର ଆସିବେ । ସେହିଭଳି ଚିତ୍ରନାଟ୍ୟ ଓ ସଂଳାପ ଭାର ସମ୍ଭାଳିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ହେଲେ ଖାସ କରି ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ଗୀତଗୁଡିକୁ ଆକର୍ଷଣୀୟ କରିବାରେ ଆଦୌ ହେଳା କରିନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ।

ଆକର୍ଷଣୀୟ ଷ୍ଟାରକାଷ୍ଟ, ମନଛୁଆଁ ଗୀତ ଓ ୟୁନିକ୍ ଷ୍ଟୋରୀ ଲାଇନ୍‌କୁ ନେଇ ଫିଲ୍ମଟି ନିଶ୍ଚିତ ଭାବେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.