ଭୁବନେଶ୍ୱର: କରୋନା ଟିକାକରଣରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଆମେ ଓଡିଶାର ଲୋକଙ୍କୁ ଧନ୍ୟବାଦ ଦେଉଛୁ।
ରାଜ୍ୟରେ ମୋଟ ୨,୫୦,୧୧,୧୩୩ ଡୋଜ ବ୍ୟବହୃତ ହୋଇଥିବାବେଳେ ୧,୮୮,୨୧,୯୭୨ ଜଣ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୬୧,୯୦,୧୬୧ ଜଣ ସମ୍ପୂର୍ଣ୍ଣ ଟିକା ଗ୍ରହଣ କରିଛନ୍ତି।
ଦିନକୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ଓଡିଶା ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛି।
Comments are closed.