Latest Odisha News

BREAKING NEWS

ଶାହରୁଖଙ୍କ ଘର ‘ମନ୍ନତ’ରେ ପଶି ଦୁଇ ପ୍ରଶଂସକ ଗିରଫ

ମୁମ୍ବାଇ: କିଙ୍ଗ ଖାନଙ୍କ ଘର ପଶି ଗିରଫ ହେଲେ ଦୁଇ ପ୍ରଶଂସକ । ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ଅଛନ୍ତି । ବେଳେବେଳେ ଅନେକ ପ୍ରଶଂସକ ସୁପରଷ୍ଟାରଙ୍କୁ ଭେଟିବାକୁ ସୀମା ପାରି କରିଦିଅନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଶାହରୁଖ ଖାନଙ୍କ ଘରେ ଦୁଇଜଣ ଯୁବକ ପଶିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇଥିଲେ । ଏହାପରେ ସୁରକ୍ଷାକର୍ମୀ ଏହି ଦୁଇ ଯୁବକଙ୍କୁ ବାନ୍ଦ୍ରା ପୋଲିସର ଜିମାରେ ଦେଇଥିଲେ ।

ଅନ୍ୟପଟେ ବାନ୍ଦ୍ରା ପୋଲିସର ସୂଚନା ମୁତାବକ ଦୁଇ ଯୁବକଙ୍କ ବୟସ ୧୯ରୁ ୨୦ ବର୍ଷ ମଧ୍ୟରେ ହେବ । ଦୁଇଜଣ ଶାହରୁଖଙ୍କ ଘର ‘ମନ୍ନତ’ରେ ପଶିଥିବାବେଳେ ସୁରକ୍ଷାକର୍ମୀ ଧରି ପକାଇଥିଲେ । ଏହି ଦୁଇଜଣ ଯୁବକ ଗୁଜୁରାଟରୁ ଆସିଥିବାବେଳେ ସେମାନେ ଶାହରୁଖଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ପୋଲିସ ଉଭୟଙ୍କ ନାମରେ ବିନା ଅନୁମତିରେ ବ୍ୟକ୍ତିଗତ ସମ୍ପତ୍ତିର ପ୍ରବେଶକୁ ନେଇ ମାମଲା ରୁଜୁ କରିଛି । ଘଟଣା ବାବଦରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.